ବରଗଡ଼, ୧୧/୦୯: ବରଗଡ଼ ଜିଲ୍ଲା ଆଗଲପୁର ଅଞ୍ଚଳରେ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଚିନାଜୁରୀ-କେବାଡ଼ କେନାଲ ରୋଡ୍ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ଆଗଲପୁର ଅଞ୍ଚଳର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ।
ସୂଚନା ଅନୁସାରେ, ଅଚ୍ୟୁତାନନ୍ଦ ଚିନାଜୁରୀ-କେବାଡ଼ କେନାଲ ରୋଡ୍ରେ ଯାଉଥିବା ସମୟରେ କେହି ତାଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ସେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଓ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଅଚ୍ୟୁତାନନ୍ଦଙ୍କୁ କିଏ ଓ କାହିଁକି ଆକ୍ରମଣ କଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ବ୍ୟକ୍ତିଗତ ଶତ୍ରୁତା, ପୂର୍ବ ବିବାଦ କିମ୍ବା ଅନ୍ୟ କୌଣସି କାରଣ ଏହି ଘଟଣା ପଛରେ ରହିଛି କି ନାହିଁ, ସେସବୁ ଦିଗକୁ ନେଇ ତଦନ୍ତ ଚାଲିଛି।