୧୫ ଦିନରେ ୨ ଥର ବଦଳି ହେଲେଣି ପୂର୍ବତନ ଆଇଆଇସି

ପୋଲିସ୍‌ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ବଦଳି

ବୌଦ୍ଧ, ୧୧/୦୯: ବୌଦ୍ଧ ଥାନାର ପୂର୍ବତନ ଆଇଆଇସିଙ୍କୁ ପୁଣି ଥରେ ବଦଳି କରାଯାଇଛି। ନଳିନୀକାନ୍ତ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଅଫିସକୁ ବଦଳି କରାଯାଇଛି। ପୋଲିସ୍‌ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ବଦଳି ହୋଇଛି।

ଗତ ୧୫ ଦିନରେ ୨ ଥର ବଦଳି ହେଲେଣି ନଳିନୀକାନ୍ତ ଦାସ।ପୂର୍ବରୁ ବୌଦ୍ଧ ଏସ୍‌ପି ଅଫିସ୍‌କୁ ବଦଳି ହୋଇଥିଲେ ନଳିନୀକାନ୍ତ। ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗ ପରେ ଏହି ବଦଳି କରାଯାଉଛି। ଏବେ ନଳିନୀକାନ୍ତଙ୍କ ବିରୋଧରେ ଚାଲିଛି ବିଭାଗୀୟ ତଦନ୍ତ।