ଓରାଙ୍ଗଉଟାନ ଉଦ୍ଧାର: ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ

୮ ଦିନରେ ରହସ୍ୟରୁ ପରଦା ଉଠିବ: ଅତିରିକ୍ତ ଡିଜିପି

ଭୁବନେଶ୍ୱର, ୧୧/୦୯: ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଅନ୍ତର୍ଜାତୀୟ ଚାଲାଣ ନେଇ ମାମଲା ରୁଜୁ କରି ଖୋଳତାଡ୍‌ ଆରମ୍ଭ କରିଛି ଏସଟିଏଫ। ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ଘରୋଇ ହୋଟେଲ୍‌ ମାଲିକଙ୍କ ରହିଛି କଳାରଙ୍ଗର ଥାର୍ ଗାଡ଼ି। ଯାହାକୁ ନେଇ ଖୋଳତାଡ଼ ଜାରି ରହିଛି। ଓରାଙ୍ଗଉଟାନ ଉଦ୍ଧାର ପୂର୍ବ ରାତିରେ ଘରୋଇ ହୋଟେଲରେ ଥାର୍ ଗାଡି ଅଟକିଥିଲା।

ଅନ୍ୟପଟେ ଅତିରିକ୍ତ ଡିଜିପି ବିନୟତୋଷ ମିଶ୍ର ଏହି ଘଟଣାକୁ ନେଇ କହିଛନ୍ତି, STF ତଦନ୍ତ ପରେ ସବୁ ସ୍ପଷ୍ଟ ହେବ, ଖୁବଶୀଘ୍ର ଆକ୍ସନ ନିଆଯିବ। ୭ରୁ ୮ ଦିନ ମଧ୍ୟରେ ମାମଲାର ପ୍ରଗତି ଦେଖିବାକୁ ମିଳିବ। କେଉଁ ରୁଟ୍‌ରେ, କିଏ ଆଣିଥିଲା, ଉଦ୍ଦେଶ୍ୟ କଣ ସେ ସବୁ ନେଇ ଖୋଳତାଡ଼ ଚାଲିଛି।