ଆମେ ତାକୁ ୭୦ ପିସ୍ କରିବୁ: ପଲିଗ୍ରାଫ୍ ଟେଷ୍ଟ ପାଇଁ ଆସିଥିବା ବେଳେ ହତ୍ୟାକାରୀ ଅଫ୍ତାଭ ପୁନାୱାଲା ଗାଡ଼ିକୁ ଆକ୍ରମଣ
ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାଭ ପୁନାୱାଲାକୁ ଯାଉଥିବା ଗାଡ଼ିକୁ ଆକ୍ରମଣ। ଆଜି(୨୮ ନଭେମ୍ବର) ପଲିଗ୍ରାଫ ଟେଷ୍ଟ ପାଇଁ ଦିଲ୍ଲୀର ଫୋରେନ୍ସିକ ଲ୍ୟାବକୁ ଅଣାଯିବା ବେଳେ ଏହି ଆକ୍ରମଣ ହୋଇଥିଲା। ପ୍ରଥମେ ଜଣେ ଓ ପରେ ଆଉ ଜଣେ ଆସି ଅଫ୍ତାବ ଥିବା ପୁଲିସ ଭ୍ୟାନ୍କୁ ଆକ୍ରମଣ କରିଥିଲେ। ପରେ ପୂରା ୧୫ ଲୋକ ଆକ୍ରମଣ କରିବାକୁ ଆସିଥିବା ଦୁଇଜଣ ବ୍ୟକ୍ତି କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଅଫତାଭ ଆମ ଭଉଣୀକୁ ୩୫ ଖଣ୍ଡ କରିଛି। ଆମେ ତାଙ୍କୁ ୭୦ ଖଣ୍ଡ କରିବୁ। ପିଲ୍ଲିଗ୍ରାଫ୍ ଟେଷ୍ଟ ପାଇଁ ଅଫ୍ତାଭକୁ ଆଜି ଦିଲ୍ଲୀର ରୋହିଣୀର ଥିବା ଫରେନ୍ସିକ ସାଇନ୍ସ ଲ୍ୟାବକୁ ଅଣାଯାଇଥିଲା।