ଆଜି ବସିବ ସର୍ବଦଳୀୟ ବୈଠକ

କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୨୧/୦୯: ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଅଧିବେଶନକୁ ସୁଚାରୁ ଭାବେ ପରିଚାଳନା, ବିଭିନ୍ନ ଦଳର ସହଯୋଗ ଏବଂ ଗୃହରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହେବ।

ଆସନ୍ତାକାଲି, ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ସରକାରଙ୍କ ଯୋଜନା ଓ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ସେହିପରି ବିରୋଧୀ ଦଳଗୁଡ଼ିକ ମଧ୍ୟ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରୁଛନ୍ତି। ତେଣୁ ଅଧିବେଶନ ପୂର୍ବରୁ ଆଜିର ସର୍ବଦଳୀୟ ବୈଠକ ଗୁରୁତ୍ୱ ବହନ କରୁଛି।