ବିଜେପି କାର୍ଯ୍ୟାଳୟ ଓ ସୋମନାଥ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ମୁଖ୍ୟମନ୍ତ୍ରୀ ଓ ର’ ଏଜେନ୍ସିକୁ ଇମେଲରେ ଟାର୍ଗେଟ
ଅହମ୍ମଦାବାଦ, ୨୧/୦୯: ଗୁଜୁରାଟର ବିଭିନ୍ନ ସ୍ଥାନକୁ ମିଳିଛି ବୋମା ଧମକ। ଅହମ୍ମଦାବାଦ ସିଟି ପୋଲିସକୁ ଇମେଲ୍ ଯୋଗେ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଇମେଲ୍ ରେ ସୋମନାଥ ମନ୍ଦିର ଓ ଖାନପୁର ବିଜେପି କାର୍ଯ୍ୟାଳୟକୁ ବୋମାମାଡ଼ରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଯାହା ପରେ ପୋଲିସ ଓ ଆଣ୍ଟି ବମ୍ ସ୍କ୍ୱାର୍ଡ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ତେବେ ଇମେଲରେ ପାକିସ୍ତାନ ଜିନ୍ଦାବାଦ, ଖଲିସ୍ତାନ ଜିନ୍ଦାବାଦ ଓ ହିନ୍ଦୁସ୍ତାନ ମୁର୍ଦ୍ଦାବାଦ, ବିଜେପି ମୁର୍ଦ୍ଦାବାଦ ବୋଲି ଲେଖାଯାଇଛି। ଯାହାକୁ ନେଇ ତଦନ୍ତ ଜାରି ରହିଛି। ଅନ୍ୟପଟେ ଇମେଲରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ର’ ଏଜେନ୍ସିକୁ ବି ଟାର୍ଗେଟ କରାଯାଇଛି। ତେବେ ଏହି ବୋମା ଧମକ ମିଛ ବୋଲି ପୋଲିସ କହିଥିବା ବେଳେ ଏଭଳି ବାର୍ତ୍ତା କିଏ ଓ କାହିଁକି ଦେଇଛି, ତାକୁ ନେଇ ଖୋଳତାଡ଼ ଜାରି ରହିଛି।