ସର୍ବଦଳୀୟ ବୈଠକ ଶେଷ

ଗୃହକାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର, ୨୧/୦୯: ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଅବ୍ୟବହିତ ପୂର୍ବରୁ ଆଜି ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ। ଓଡ଼ିଶା ବିଧାନସଭାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ। ଗୃହକାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି।