ମୌସୁମୀ ଅଧିବେଶନରେ ଆସିବ ୬ଟି ବିଲ୍: ସଂସଦୀୟ ମନ୍ତ୍ରୀ
ମିଛରେ ଆଲୋଚନା ଚାଲିଛି କହି ସରକାରଙ୍କୁ ବିରୋଧୀ ଦଳର ଟାର୍ଗେଟ
ଭୁବନେଶ୍ୱର, ୨୧/୦୯: ଆଜି ଓଡ଼ିଶା ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହକୁ ସୁରୁଖୁରୁରେ ପରିଚାଳନା ପାଇଁ ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି।
ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ମୌସୁମୀ ଅଧିବେଶନରେ ୬ଟି ବିଲ୍ ଆସିବ। ଏମଏମଡିଆର କିମ୍ବା ଅନ୍ୟ ଯେଉଁ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ବିରୋଧୀ ଆଣିବେ, ତାହା ଉପରେ ଆଲୋଚନା ହେବ।ବାଚସ୍ପତି ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ଆଲୋଚନା ହେବ। ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯେକୌଣସି ଆଲେଚନା ହେବ। ସତ୍ୟ କଥା ସାମ୍ନାକୁ ଆସିବା ଦରକାର। ବିରୋଧୀଙ୍କ ଅପପ୍ରଚାର ଲୋକଲୋଚନକୁ ଆସିବା ଦରକାର। ବିଲ୍ ସମ୍ପର୍କରେ ବିଜନେସ ଆଡ୍ଭାଇଜରୀ କମିଟି ବିଚାର କରିବ।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି, ଏମଏମଡିଆର ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ। ଆମେ ଅପେକ୍ଷା ବି କରିଛୁ, ନ ହେଲେ ଦଳ ଯାହା ନିଷ୍ପତ୍ତି ନେବ। ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ଆମେ କାର୍ଯ୍ୟ କରିବୁ। ଗୃହ ଚାଲିବାରେ ସହଯୋଗ କରିବୁ କି ନାହିଁ ତାହା ଆମ ଦଳ ନିଷ୍ପତ୍ତି ନେବ। ସେହିପରି ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ ସରକାର ଚାଲିଛି।ଆନ୍ତରିକତା ଥିଲେ ଗୋଟିଏ କିମ୍ବା ଦୁଇ ଦିନରେ ଏହା ସମାଧାନ ହୁଅନ୍ତା। ମିଛରେ ଆଲୋଚନା ଚାଲିଛି, ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।
ଅନ୍ୟପଟେ ସର୍ବଦଳୀୟ ବୈଠକ ଚିରାଚରିତ କଥା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ବିଧାନସଭାକୁ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି କହିଛନ୍ତି। ରାଜ୍ୟବାସୀଙ୍କ ସ୍ୱାର୍ଥରେ ଯେଉଁ ପ୍ରସ୍ତାବ ଦେଉଛୁ ଆଲୋଚନା ପାଇଁ କହିଛୁ। ଏମଏମଡିଆର, ପାଠ୍ୟପୁସ୍ତକ ତ୍ରୁଟିକୁ ଆଲୋଚନା ପାଇଁ ଆମେ କହିଛୁ। ଆମେ ଏ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ
ବୁ।