କଲ୍ୟାଣସିଂହପୁର, ୨୧/୦୯(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ନବ ଭାରତ ସ୍ୱାକ୍ଷରତା ଦିବସ ପାଳିତ ହୋଇଛି। ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମର ପ୍ରଥମ ଏଫଏଲଏନଏଟି ପରୀକ୍ଷା ଅନୁଷ୍ଠିତ ହୋଇଛି।
ଉକ୍ତ ପରୀକ୍ଷାରେ ଜଗନ୍ନାଥପୁର ବିଦ୍ୟାଳୟର ୯ ଜଣ ପୁରୁଷ ଓ ୧୧ଜଣ ମହିଳା ମୋଟ ୨୦ଜଣ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ବ୍ଲକର ସମସ୍ତ ବିଦ୍ୟାଳୟରେ କରାଯାଇଛି। ନବ ଭାରତ ସ୍ବାକ୍ଷରତା କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଅଭିନବ ପ୍ରୟାସ। ଆମ ଦେଶରେ ଥିବା ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ନିରକ୍ଷରଙ୍କୁ ସ୍ୱାକ୍ଷର କରିବା ଏହାର ମୂଳଲକ୍ଷ ଅଟେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଦାଧର ବେହେରାଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।