କଲ୍ୟାଣସିଂହପୁର, ୨୧/୯(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ଜଗନ୍ନାଥ କଲୋନୀରେ କରାଯାଇଥିବା ଶ୍ରୀ ଗଣେଶ ପୂଜାରେ ଭକ୍ତ ଙ୍କ ନିମନ୍ତେ ଅନ୍ନ ପ୍ରସାଦ, ଲଡ଼ୁ ନୀଲାମ ଓ ସନ୍ଧ୍ୟାରେ ବିସର୍ଜନ କରାଯାଇଛି। ଜଗନ୍ନାଥ କଲୋନୀର ବାସିନ୍ଦା ୧୪ ତାରିଖରେ ଶ୍ରୀ ଗଣେଶ ପୂଜା ମହାଆଡମ୍ବରେ ପାଳନ କରାଯାଇଛି। ପୂଜାର ୭ ଦିନରେ ପୂଜା କମିଟି ତରଫରୁ ପ୍ରାୟ ୧୫ ଶହ ଲୋକଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିବା ବେଳେ ଅପରାହ୍ନ ୪ଟାରେ ଲଡ଼ୁ ନିଲାମ କରାଯାଇଥିଲା। ଉକ୍ତ ୫ କିଲୋର ଲଡୁକୁ ୬,୫୦୧ ଟଙ୍କାରେ ଲଗାତାର ତିନିଥର ହେବ ଘାସିରାମ ବେନିଆ ନୀଲାମ ଧରିଥିଲେ। ଉକ୍ତ ଲଡୁକୁ କମିଟି ତରଫରୁ ବାଜା ବଜାଇ ସହ ସମ୍ମାନେ ଘାସିରାମଙ୍କ ଘରେ ପହଞ୍ଚାଇ ଥିଲେ। ଏହାପରେ ସନ୍ଧ୍ୟାରେ ଶ୍ରୀ ଗଣେଶଙ୍କ ବିସର୍ଜନ କରିବା ପାଇଁ ବଲାଙ୍ଗୀରର ବାଜା ବଜାଇ ବିରାଟ ପଟୁଆରରେ ବାହାରି ନାଚି ନାଚି ଗ୍ରାମ ପରିକ୍ରମା କରି ଶେଷରେ ନାଗାବଳି ନଦୀରେ ବିସର୍ଜନ କରିଥିଲେ। ପୂଜା କମିଟିର ସଭାପତି ରାଜ କୁମାର ତୁରୁକ, ଅଭିଳାଷ ମହାନନ୍ଦିଆ, ମାନସିଂ ଗରଡ଼ିଆ, ଦୀପକ କୁମାର ପରିଡା, କାମେଶ୍ଵର କରକରିଆ ସମେତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Prev Post
Next Post