ଓଡ଼ିଶା ରାଜ୍ୟପାଳଙ୍କୁ ସୌଜନମୂଳକ ସାକ୍ଷାତ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ
ଦୁଇ ରାଜ୍ୟର ସହଯୋଗ ଓ ସାମୂହିକ ବିକାଶ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର, ୨୧/୦୯: ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ ସୋମବାର ଦିନ ଲୋକଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ଦୀର୍ଘଦିନର ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ବିଷୟରେ ଆଲୋଚନା ହେବା ସହିତ ବିଭିନ୍ନ କ୍ଷେତ୍ରରେ ବିକାଶ ତଥା ସହଯୋଗ ସମ୍ପର୍କରେ ମତାମତ ବିନିମୟ ହୋଇଥିଲା।
ଏହି ଅବସରରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏଥି ସହିତ ଦୁଇ ରାଜ୍ୟ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଏବଂ ସହଯୋଗ ତଥା ସାମୂହିକ ବିକାଶ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ସମନ୍ୱୟ ଉପରେ ମଧ୍ୟ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା। ସାକ୍ଷାତକାର ସମୟରେ ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପରସ୍ପରକୁ ଉପହାର ମଧ୍ୟ ପ୍ରଦାନ କରିଥିଲେ।