ଭୁବନେଶ୍ୱର, ୨୩/୦୯: ଭୁବନେଶ୍ୱରର ଲୋୟର ପିଏମ୍ଜିରେ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଦଳ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ସେପ୍ଟେମ୍ବର ୨୨ରେ ଲୋୟର ପିଏମ୍ଜିରେ ଏହି ବିକ୍ଷୋଭ ପାଇଁ ମଧ୍ୟ ଚେତାବନୀ ଦେଇଥିଲା ଦଳ।
ବିକ୍ଷୋଭ ସମୟରେ ଯୁବ ଓ ଛାତ୍ର ବିଜେଡିର କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଆଡ଼କୁ ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡି ନେତା ରାଜା ସ୍ୱାଇଁଙ୍କୁ ପୋଲିସ ଉଠାଇ ନେଇଥିଲା।