ନୱାବ ମଲ୍ଲିକଙ୍କ ଜାମିନ ନିବେଦନ PMLA କୋର୍ଟରେ ଅଗ୍ରାହ୍ୟ

ମୁମ୍ବାଇ: ଏନସିପି ନେତା ତଥା ଉଦ୍ଧବ ସରକାରରେ ମନ୍ତ୍ରୀ ଥିବା ନୱାବ ମଲ୍ଲିକଙ୍କ ଜାମିନ ନିବେଦନ ବୁଧବାର ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) କୋର୍ଟରେ ଅଗ୍ରାହ୍ୟ ହୋଇଯାଇଛି। ଏଣୁ ମଲ୍ଲିକ ଏବେ ଜେଲରେ ରହିବା ନିଶ୍ଚିତ ହୋଇଯାଇଛି। ପିଏମଏଲଏ କୋର୍ଟ ମଲ୍ଲିକଙ୍କ ସମ୍ପର୍କରେ କୁର୍ଲା ଗୋଆୱାଲା କମ୍ପାଉଣ୍ଡ ମାଲିକ ମୁନିରା ପ୍ଲମ୍ବର ଦେଇଥିବା ବୟାନ ଅତ୍ୟନ୍ତ ଗୁତୁର୍ୱପୂର୍ଣ୍ଣ। ଏଣୁ ଜାମିନ ମଞ୍ଜୁର କରାଯାଇ ପାରିବନି ବୋଲି ଜଜ୍‌ ରୋକଠୋକ ଶୁଣାଇ ଦେଇଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡ୍ରିଂ ମାମଲାରେ ନୱାବ ମଲ୍ଲିକଙ୍କୁ ଚଳିତବର୍ଷ ଫେବୃଆରୀ ୨୩ ତାରିଖରେ ଗିରଫ କରିଥିଲେ। ସେବେଠାରୁ ମଲ୍ଲିକ ବିଚାରବିଭାଗୀୟ ହାଜତରେ ଅଛନ୍ତି। ତେବେ ଶାରୀରିକ ଅସୁସ୍ଥତା କାରଣରୁ ମଲ୍ଲିକ ବିଚାରବିଭାଗୀୟ ହାଜତରେ ଥାଇ ମଧ୍ୟ ମୁମ୍ବାଇର କୁର୍ଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି। ଏଠାରେ ସେ ଦୀର୍ଘ ଦିନ ହେଲା ରହିଲେଣି।