ବେଙ୍ଗାଲୁରୁ: କର୍ଣ୍ଣାଟକରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ରୁ ବାହାରିଲା ଆପତ୍ତିଜନକ ସାମଗ୍ରୀ। ଯାହାକୁ ଦେଖି ହତବାକ ଶିକ୍ଷକ ଶିକ୍ଷୟତ୍ରୀ। ସ୍କୁଲରେ ପିଲାମାନଙ୍କ ବ୍ୟାଗ୍ ଚେକ୍ ବେଳେ ବ୍ୟାଗ୍ରୁ ବାହାରିଥିଲା କଣ୍ଡୋମ୍, ସିଗାରେଟ୍, ଲାଇଟର ଓ ଗର୍ଭନିରୋଧକ ବଟିକା। ସ୍କୁଲ୍ ପିଲାମାନଙ୍କ ବ୍ୟାଗ୍ରେ ଏହିସବୁ ସାମଗ୍ରୀ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏଭଳି ଏକ ଘଟଣା ଘଟିଛି। ବେଙ୍ଗାଲୁରୁର ଏକ ସ୍କୁଲ୍ର ୮ମ, ୯ମ ଏବଂ ୧୦ମ ଶ୍ରେଣୀ ପିଲାଙ୍କ ବ୍ୟାଗରୁ ଏଭଳି ସାମଗ୍ରୀ ମିଳିଥିଲା।
ପ୍ରକୃତରେ ସ୍କୁଲକୁ ପିଲାମାନେ ମୋବାଇଲ୍ ଆଣୁଥିବା ଅଭିଯୋଗ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ବ୍ୟାଗ୍ ଚେକ୍ କରାଇଥିଲେ। ଯାହାପରେ ପିଲାଙ୍କ ବ୍ୟାଗରୁ ଏଭଳି ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ତେବେ ଘଟଣା ପରେ ସଂପୃକ୍ତ ପିଲାଙ୍କ ଅଭିଭାବକଙ୍କୁ ସୂଚିତ କରାଯାଇଥିଲା ଏବଂ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସହ ଏଥିପାଇଁ ଯତ୍ନଶୀଳ ହେବାକୁ କୁହାଯାଇଛି।