ଭାରତୀୟ ହୃଦ ବିଜ୍ଞାନୀ ସଂଘର ୩୧ ତମ ବାର୍ଷିକ ଉତ୍ସବ

ଯୋଗଦେଲେ ଶତାଧିକ ଚିକିତ୍ସାବିତ୍

ବାଲେଶ୍ୱର, ୦୨/୧୦: ଭାରତୀୟ ହୃଦ୍ ବିଜ୍ଞାନୀ ସଂଘ ଓଡ଼ିଶା ଅଧ୍ୟାୟ ର ୩୧ ତମ ବାର୍ଷିକ ସମ୍ମେଳନ ବାଲେଶ୍ୱର, ପଦ୍ମାବତୀ ପାର୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସଂଘର ସଭାପତି, ହାଇଟେକ୍ ମେଡିକାଲ୍ କଲେଜରେ ହୃଦରୋଗ ମୂଖ୍ୟ ପ୍ରଫେସର ଅକ୍ଷୟ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତିନି ଶହ ହୃଦ୍ ରୋଗ ଓ ଭେଷଜ ବିଶେଷଜ୍ଞ ଯୋଗଦାନ କରିଥିଲେ l ସଭାପତିଙ୍କ ସ୍ୱାଗତ ଭାଷଣ ଓ ସମୁହ ଦ୍ବୀପ ପ୍ରଜ୍ଜଳନ ପରେ ବୈଜ୍ଞାନିକ ଅଧିବେଶନ ଆରମ୍ଭ ହୋଇଥିଲା l ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି ସି ରଥ ଓ ପ୍ରଫେସର ମୃତ୍ୟୁଞ୍ଜୟ ବେହେରା ଯୋଗଦାନ କରିଥିଲେ l ଡାକ୍ତର ସତ୍ୟବ୍ରତ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରି ବ୍ୟାସକବି ଫକୀର ମୋହନ ଯେପରି ସାହିତ୍ୟ ମାଧ୍ୟମରେ ଓଡ଼ିଆ ଜାତିର ସ୍ପନ୍ଦନକୁ ଜାଗ୍ରତ କରି ଥିଲେ, ସେହିପରି ହୃଦ ବିଜ୍ଞାନୀ ମାନେ ଚିକିତ୍ସା ବଳରେ ହୃଦୟର ସ୍ପନ୍ଦନକୁ ଜଗାଇ ରଖିବାକୁ ଆହ୍ୱାନ୍ କରିଥଲେ। ପ୍ରଫେସର ଏସ ଏନ୍ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଂଘର ସଂପାଦକ ଡାକ୍ତର ବିଶ୍ୱରଞ୍ଜନ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ସମସ୍ତ ଅତିଥି ବୃନ୍ଦ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ l ସଭାପତି ଅଭିଭାଷଣରେ ଡାକ୍ତର ସାମଲ ପରିବେଷ ପ୍ରଦୂଷଣ କିପରି ଶତକଡା ୨୫ ଭାଗ ହୃଦ୍ ରୋଗ ର କାରଣ ତାହା ବର୍ଣ୍ଣନା କରିଥିଲେ ଓ ରୁକ୍ ବେଦ ଅନୁସାରେ ଆଚାର, ବିଚାର, ବ୍ଯବହାର ଓ ଆହାର ଠିକ୍ ରହିଲେ ରକ୍ତଚାପ ଓ ହୃଦରୋଗ ହେବନାହିଁ ବୋଲି କହୁଥିଲେ l ଡାକ୍ତଖାନା ଗୋପି ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଫେସର ଦୀପକ ଦାସ ସଭା ପରିଚାଳନା କରିଥିଲେ l ପ୍ରାୟ ଶହେରୁ ଊର୍ଦ୍ଧ୍ବ ବୈଜ୍ଞାନିକ ସମ୍ପ।ନ୍ନ ଓ ସନ୍ଦର୍ଭ ଉପସ୍ଥାପିତ ହୋଇଥିଲା l ଏହା ବହୁତ୍ ଉଚକୋଟିର ଥିଲା ବୋଲି ରାଜ୍ୟ ବାହାରୁ ଆସିଥିବା ଚିକିତ୍ସାବିତ ମାନେ ମତବେକ୍ତ କରିଥିବା ବେଳେ ଆସନ୍ତା ବର୍ଷାପାଇଁ କର୍ମକର୍ତା ନିର୍ବାଚିତ ହୋଇଥିଲା।