ରକୁଲ ପ୍ରୀତ ସିଂହଙ୍କ ହାତରେ ଏବେ ଏକାଧିକ ସାଉଥ୍ ପ୍ରୋଜେକ୍ଟ । ସାଉଥ୍ରେ ଏକାଧିକ ହିଟ୍ ଫିଲ୍ମରେ ନଜର ଆସିଥିବା ଏହି ସୁନ୍ଦରୀ ୨୦୧୪ ମସିହାରେ ବଲିଉଡ୍ରେ ଏଣ୍ଟ୍ରି କରିବା ପରଠୁ ହିନ୍ଦୀ ଇଣ୍ଡଷ୍ଟ୍ରିରେ ବାନ୍ଧିହୋଇ ରହିଛନ୍ତି। ଏଠି ମଧ୍ୟ ଏକାଧିକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛନ୍ତି । ‘ଐୟାରି’, ‘ଦେ ଦେ ପ୍ୟାର୍ ଦେ’, ‘ମର୍ଜାୱାଁ’ ଭଳି ସଫଳ ଫିଲ୍ମରେ କାମ କରିବାର ସୁଯୋଗ ତାଙ୍କୁ ମିଳିଛି । ନିକଟରେ ମୁକ୍ତିପ୍ରାପ୍ତ ‘ଡକ୍ଟର୍ ଜି’ ଫିଲ୍ମ ଜରିଆରେ ଖୁବ୍ ପ୍ରଶଂସା ସାଉଁଟୁଛନ୍ତି ରକୁଲ ।
ଏ ବର୍ଷ ରକୁଲ ପ୍ରାୟ ୫ଟି ବଲିଉଡ୍ ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ସାଉଥ୍ରେ ତାଙ୍କର କୌଣସି ଫିଲ୍ମ ଏ ବର୍ଷ ରିଲିଜ୍ ହୋଇନାହିଁ । ତେବେ କିଛି ଫିଲ୍ମର ସୁଟିଂ ସେ କରିଛନ୍ତି ଏବଂ ସେଗୁଡ଼ିକର ରିଲିଜ୍ ହେବାକୁ ଅପେକ୍ଷା କରିଛନ୍ତି । ଏବେ ଯାହା ଜଣାପଡୁଛି, ରକୁଲ ଅଧିକ ସାଉଥ୍ ଫିଲ୍ମ ସାଇନ୍ କରିବାକୁ ଚାହୁଁଛନ୍ତି । ଏ ବିଷୟରେ ସେ କହିଛନ୍ତି ‘ମୁମ୍ବାଇ ଆସିବା ପରଠୁ ଅଧିକ ସାଉଥ୍ ପ୍ରୋଜେକ୍ଟ ମୁଁ ସାଇନ୍ କରିପାରି ନାହିଁ । ଏକାଧିକ ହିନ୍ଦୀ ଫିଲ୍ମରେ କାମ କରି ମୁଁ ବହୁତ ଥକିପଡ଼ିଛି ।