ଲକ୍ଷ୍ନୌ, ୫/୧୨: ପୁରୁଷ କନଷ୍ଟେବଳଙ୍କୁ ଅପହରଣ କଲେ ଦୁଇ ମହିଳା ପୋଲିସ ! ମହିଳା ପୋଲିସ ଇନ୍ସପେକ୍ଟର ଏବଂ କନଷ୍ଟେବଲଙ୍କ ଉପରେ ଜଣେ ପୁରୁଷ ପୋଲିସ୍ ଇନ୍ସପେକ୍ଟରଙ୍କୁ ଅପହରଣ କରିଥିବା ମାମଲା ସାମ୍ନାକୁ ଆସିଛି। ତେବେ ଅଦାଲତଙ୍କ ଆଦେଶ ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ପୁରୁଷ କନଷ୍ଟେବଲଙ୍କ ଉପରେ ଜଣେ ମହିଳା କନଷ୍ଟେବଲଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।
ସୂଚନାଅନୁଯାୟୀ, ପୁରୁଷ ଇନ୍ସପେକ୍ଟର ନିଶୁ ତେମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପରେ ନିଲମ୍ବିତ କରିଦିଆଯାଇଥିଲା ଏବଂ ସେ ସୁଲତାନପୁରର ଏକ ସ୍ଥାନୀୟ ଅଦାଲତରେ ଆତ୍ମସମର୍ପଣ କରିବାକୁ ଯାଇଥିଲେ। ଯେଉଁଠାରେ ତାଙ୍କୁ ୨୨ ସେପ୍ଟେମ୍ବରରେ ମହିଳା ଥାନା ଏସଏଚଓ ମୀରା କୁଶଓ୍ବାହା ଗିରଫ କରିଥିଲେ। ସେବେଠାରୁ ସେ ନିଖୋଜ ଅଛନ୍ତି।
ତୋମରଙ୍କ ପତ୍ନୀ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ଆଦେଶ ପରେ ମହିଳା ପୋଲିସ ଏବଂ କନଷ୍ଟେବଳଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସୁଲତାନପୁର ପୋଲିସ ଅଧୀକ୍ଷକ ସୁଲତାନପୁର ସୋମେନ ବର୍ମା କହିଛନ୍ତି ପାଞ୍ଚଟି ଟିମ୍ ଗଠନ କରାଯାଇଛି ଏବଂ ସେମାନଙ୍କୁ ଖୋଜିବାକୁ ଚେଷ୍ଟା ଜାରିରହିଛି।