ଭାରତରେ ଅନୁଭୂତ ହେବ ଅସହ୍ୟ ତାତି

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ଏହା ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ନିୟମିତ ବନ୍ୟାବାତ୍ୟା ହେଉଛି । କିନ୍ତୁ ଆଗକୁ ଭାରତରେ ଏପରି ଗ୍ରୀଷ୍ମପ୍ରବାହ ହେବ ଯେ ତାହାକୁ ମଣିଷ ସହିପାରିବ ନାହିଁ ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି ।

ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ “କ୍ଲାଇମେଟ୍ ଇନଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍ ଇନ ଇଣ୍ଡିଆସ କୁଲିଂ ସେକ୍ଟର”ରେ କୁହାଯାଇଛି ଯେ ଭାରତରେ ଏବେ ଶୀଘ୍ର ଗ୍ରୀଷ୍ମପ୍ରବାହ ଆସୁଛି ଓ ଦୀର୍ଘ ଦିନ ଧରି ରହୁଛି । ଆଗକୁ ଏପରି  ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ଯାହା ମଣିଷ ପାଇଁ ଅସହ୍ୟ ହୋଇପଡ଼ିବ।