ଆପଣ ୟୁଏଇ ବା ସଂଯୁକ୍ତ ଆରବ ଏମିରେଟ୍ସ ଯିବାକୁ ଯୋଜନା କରୁଛନ୍ତି କି? ଯଦି ହଁ, ତେବେ ନୂଆ ନିୟମ ବାବଦରେ ଜାଣିଛନ୍ତି କି? କାରଣ ୟୁଏଇ ଏହାର ଭିସା ନିୟମରେ ଏବେ ପରିବର୍ତ୍ତନ ଆଣିଛି। ଏହି ନିୟମ ଲାଗୁ ହେବା ପରେ, ଯଦି ନୂତନ ନିୟମ ଅନୁଯାୟୀ ଭିସା ଉପରେ ଆପଣଙ୍କର ନାମ ଲେଖା ହୋଇନାହିଁ, ତେବେ ଆପଣଙ୍କୁ ଦେଶକୁ ଆସିବାକୁ ବାରଣ କରାଯାଇପାରେ |
ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ ଯାତ୍ରୀଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ପାସପୋର୍ଟରେ ତାଙ୍କର ପ୍ରଥମ ନାମ ଏବଂ ଉପନାମ(ସାଙ୍ଗିଆ) ଉଲ୍ଲେଖ କରାଯାଇଛି | ଯେଉଁ ଯାତ୍ରୀଙ୍କ ପାସପୋର୍ଟରେ ଉଭୟ ପ୍ରଥମ ନାମ ଏବଂ ଉପନାମ ନାହିଁ ସେମାନଙ୍କୁ ୟୁଏଇରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ |