ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଏଲ୍ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟସ୍ଥ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍ ସେନା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ଡିସେମ୍ବର ୯ ତାରିଖରେ ଏହି ଘଟଣା ଘଟିଥିଲା | ତେବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚୀନକୁ କଡା ଟାର୍ଗେଟ କରିବା ସହ ଭାରତ ସରକାରଙ୍କୁ ଉପଦେଶ ଦେଇଛନ୍ତି |
କେଜ୍ରିୱାଲ ଚୀନ ସହିତ ବାଣିଜ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି। ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଟ୍ୱିଟ୍ କରି କହିଛନ୍ତି, “ଆମେ କାହିଁକି ଚୀନ୍ ସହିତ ଆମର ବାଣିଜ୍ୟ ବନ୍ଦ କରୁନାହୁଁ? ଚାଇନାରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ନିର୍ମାଣ କରାଯାଉଛି ।
ଆମଦାନୀ ବନ୍ଦ କରିଦେଲେ ଚୀନ୍ ଏକ ଶିକ୍ଷା ପାଇବ ଏବଂ ଭାରତ ରୋଜଗାର ପାଇବ’। ସୋମବାର ଦିନ ତୱାଙ୍ଗରେ ହୋଇଥିବା ସଂଘର୍ଷକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଆମର ସୈନିକମାନେ ଦେଶର ଗର୍ବ। ମୁଁ ତାଙ୍କର ସାହସିକତାକୁ ସଲାମ କରୁଛି ଏବଂ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି |