ନୂଆଦିଲ୍ଲୀ: ୨୦୨୨ ମସିହା ପାଇଁ ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା କରାଯାଇଛି। ବଙ୍ଗଳା ଭାଷାକୁ ଛାଡ଼ି ଅନ୍ୟ ସମସ୍ତ ସ୍ବୀକୃତ ଭାଷାର ୨୩ ଜଣ ସ୍ରଷ୍ଟାଙ୍କୁ ସାହିତ୍ୟ ଅକାଦେମି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।
ଚଳିତ ବର୍ଷ ଓଡ଼ିଆ ବିଭାଗ ଲାଗି ପୁରସ୍କାର ଗାୟତ୍ରୀବାଳା ପଣ୍ଡାଙ୍କୁ ଦିଆଯାଇଛି । କବିତା ସଂକଳନ “ଦୟାନଦୀ”ପାଇଁ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ । ପୁରସ୍କାର ସ୍ୱରୂପ ୧,୦୦,୦୦୦ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ। ସାହିତ୍ୟ ଅକାଦେମି ପୁରସ୍କୃତ କବିତା ସଂକଳନ ‘‘ଦୟାନଦୀ’’ ୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା । ଏହା ପୂର୍ବରୁ ସେ ୨୦୧୧ ମସିହାରେ କବିତା ସଂକଳନ ” ଗାଁ” ପାଇଁ ସାହିତ୍ୟ ଅକାଦେମି ଯୁବ ପୁରସ୍କାର ଲାଭ କରିଥିଲେ।