ବିବାହ ବନ୍ଧନରେ ବାନ୍ଧିହେଲେ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ

ବିବାହ ଋତୁ ଚାଲିଛି। ଅନେକ ସେଲିବ୍ରିଟିଙ୍କ ବିବାହ ହେଉଥିବା ବି ଖବର ଆସୁଛି। ନିକଟରେ କ୍ରିକେଟର ଅକ୍ଷର ପଟେଲ ଓ ମେହାଙ୍କ ସମେତ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ସମ୍ପନ୍ନ ହୋଇଛି।  ଏହି କ୍ରମରେ ସୁପରହିଟ୍‌ ହୋଇଥିବା ଫିଲ୍ମ ‘ଦୃଶ୍ୟମ-୨’ର ନିର୍ଦ୍ଦେଶକ ଅଭିଷେକ ପାଠକ ବି ଗତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଅଭିଷେକଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ସେ ଅଭିନେତ୍ରୀ ଶିବାଲିକା ଓବରୋଇଙ୍କୁ ଗୁରୁବାର ଗୋଆରେ ଧୁମଧାମରେ ବିବାହ କରିଛନ୍ତି। ଅଭିଷେକ ପାଠକ ‘ଖୁଦା ହାଫିଜ’ର ନିର୍ମାତା ଥିଲେ। ଶିବାଲିକା ଓ ଅଭିଷେକଙ୍କ ପ୍ରେମ କାହାଣୀ ଏହି ସିନେମା ସେଟରୁ ଆରମ୍ଭ ହୋଇଛି। ଦୁହେଁ କିଛିଦିନ ଡେଟ କରିବା ପରେ ଫେବ୍ରୁଆରି ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାତଜନ୍ମ ପାଇଁ ସାଥୀ ହୋଇ ବାଟ ଚାଲିବା ପାଇଁ ବେଦିରେ ଶପଥ ନେଇଛନ୍ତି।