ନାଚି ନାଚି ବର ସିଦ୍ଧାର୍ଥଙ୍କ ପାଖରେ ପହଞ୍ଚିଲେ କିଆରା

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ ସୂର୍ଯ୍ୟଗଡ଼ ପ୍ୟାଲେସରେ ସଂପନ୍ନ ହୋଇଯାଇଛି। ତାଙ୍କ ବିବାହ ସରିବା ପରେ ସୋସିଆଲ୍‌ ମିଡିଆରେ ଅନେକ ଫଟୋ, ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିପରି କିଆରା ନାଚି ନାଚି ସିଦ୍ଧାର୍ଥଙ୍କ ନିକଟକୁ ଯାଉଛନ୍ତି ଓ ତା’ପ‌ରେ ସେମାନଙ୍କର ବରଣମାଳା ରୀତି ହେଉଛି।

୨୦୨୩ ମସିହା ଫେବ୍ରୁଆରି ୭ ତାରିଖ ଥିଲା ସିଦ୍ଧାର୍ଥ ଓ କିଆରାଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଦିନ। ଏହି ଦିନ ଦୁହେଁ ସାରା ଜୀବନ ପାଇଁ ଏକ ହୋଇଗଲେ। ବିବାହର ସୁନ୍ଦର ସୁନ୍ଦର ଫଟୋକୁ ସେୟାର କରିବା ପରେ ଏବେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମୀଯୁଗଳଙ୍କ ‘ବଣ୍ଡିଂ’ ଦେଖିବାକୁ ମିଳିଛି।