ଫିଲ୍ମ ‘କାନ୍ତାରା’ ଦେଖିବା ପରେ ଦକ୍ଷିଣ କନ୍ନଡ ଜିଲ୍ଲାର ସଂସ୍କୃତି ବିଷୟରେ ଜାଣିପାରିଲି: ଅମିତ ଶାହ

ସେପ୍ଟେମ୍ବର ୩୦ରେ ଋଷବ ସେଟ୍ଟୀଙ୍କ ଅଭିନୀତ-ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’ ପରଦାକୁ ଆସି କର୍ଣ୍ଣାଟକର ଏକ ପ୍ରମୁଖ ବ୍ଲକବଷ୍ଟର ଭାବରେ ଉଭା ହୋଇଥିଲା। ଲୋକପ୍ରିୟତାକୁ  ଏହାକୁ ପରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ କରାଯିବା ପରେ ଏହା ନୂଆ ରେକର୍ଡ ସୃଷ୍ଟି କରିଥିଲା। ଦିନକୁ ଦିନ ଫିଲ୍ମର ଲୋକପ୍ରିୟତା ବଢ଼ିଥିଲା । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଥିଲେ ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା।

ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଚଳଚ୍ଚିତ୍ର ବିଷୟରେ ନିଜର ମତ ଦେଇଛନ୍ତି। ସେ ‘କାନ୍ତାରା’କୁ ପ୍ରଶଂସା କରି କହିଛନ୍ତି ଯେ ‘କାନ୍ତାରା’ ଫିଲ୍ମ ଦେଖିବା ପରେ ସେ ଦକ୍ଷିଣ କନ୍ନଡ ଜିଲ୍ଲାର ସଂସ୍କୃତି ବିଷୟରେ ଜାଣିଥିଲେ। ନିକଟରେ ଏକ ନିର୍ବାଚନୀ ବୈଠକରେ ସମ୍ବୋଧିତ କରିବାବେଳେ ଅମିତ ଶାହା ଫିଲ୍ମ ବିଷୟରେ ଉଲ୍ଲେଖ କରିଥିଲେ।