ଚୀନ୍ ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ଚୀନ୍ ସଂସଦର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ମନୋନୀତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ। ଗତବର୍ଷ ସାଂଘାଇରେ ଜିରୋ କୋଭିଡ୍-୧୯ ନୀତି ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ ହେବା ପରେ ସି ଜିନ୍ ପିଙ୍ଗ୍ କେକିଆଙ୍ଗଙ୍କୁ ପଦରୁ ହଟାଇଦେଇଥିଲେ ।
ଲି କିଆଙ୍ଗ ସି ଜିନପିଙ୍ଗଙ୍କ ଅତ୍ୟନ୍ତ ବିଶ୍ବସ୍ତ ବୋଲି ଜଣାଶୁଣା । ସେ ୨୦୦୪ରୁ ୨୦୦୭ ମଧ୍ୟରେ ଜିନପିଙ୍ଗଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ସି ଜିନପିଙ୍ଗ ପୂର୍ବ ଚୀନର ଝେଜିଆଙ୍ଗ ପ୍ରଦେଶର ପ୍ରାଦେଶିକ ଦଳର ସମ୍ପାଦକ ଥିଲେ। ଅକ୍ଟୋବରରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ( ମହାଧିବେଶନ) ସମୟରେ କିଆଙ୍ଗଙ୍କୁ ପଲିଟ୍ ବୁରୋ ଷ୍ଟାଣ୍ଡିଂ କମିଟିରେ ଦୁଇ ନମ୍ବର ପଦବୀରେ ନିଯୁକ୍ତ କରାଯାଇଥିଲା ।