ମୋଦିଙ୍କ ମା’ଙ୍କ ଉପରେ ଲଞ୍ଚ ହେଲା ମାଇକ୍ରୋସାଇଟ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍‌ ୱେବସାଇଟ୍‌ରେ ‘ମା’ ନାମକ ଏକ ମାଇକ୍ରୋ ସାଇଟ୍‌ର ଶୁଭାରମ୍ଭ କରାଯାଇଛି; ଯେଉଁଥିରେ ତାଙ୍କ ମା’ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ମାତୃତ୍ୱର ଅତୁଟ ଭାବନାକୁ ପ୍ରକାଶ କରାଯାଇଛି। ୨୦୨୨ ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବା ମୋଦୀଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗ ପରେ ସମଗ୍ର ବିଶ୍ୱରୁ ସମବେଦନାର ସୁଅ ଛୁଟିଥିଲା।

ହୀରାବାଙ୍କୁ ସମର୍ପିତ ଏହି ମାଇକ୍ରୋସାଇଟ୍‌ ‘ମା’ ମାତୃତ୍ୱର ଅତୁଟ ଭାବନାକୁ ପ୍ରକାଶ କରିବା ସହ ତାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ୱେବସାଇଟରେ ଜଣେ ମା’ ଏବଂ ତାଙ୍କ ପୁଅ ମଧ୍ୟରେ ଥିବା ପ୍ରେମ ଏବଂ ଅତୁଟ ବନ୍ଧନକୁ କଏଦ କରାଯାଇଛି। ଏହି ମାଇକ୍ରୋସାଇଟରେ ହୀରାବାଙ୍କ ଭିଡିଓ ଏବଂ ବଛାବଛା ଉଦାହରଣ ରହିଛି ଯାହା ତାଙ୍କ ପିଲାମାନଙ୍କୁ ଦିଆଯାଇଥିବା ଶିକ୍ଷାକୁ ବର୍ଣ୍ଣନା କରେ।