ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣାଗ୍ରସ୍ତ: ପ୍ରଶିକ୍ଷଣ ନେଉଥିବା ମହିଳା ପାଇଲଟଙ୍କ ମୃତ୍ୟୁ, ପ୍ରଶିକ୍ଷକଙ୍କ ପତ୍ତା ମିଳୁନି

ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣାଗ୍ରସ୍ତ। ଗଲା ପ୍ରଶିକ୍ଷଣ ନେଉଥିବା ମହିଳା ପାଇଲଟଙ୍କ ଜୀବନ। ଦୁର୍ଘଟଣା ପରେ ମିଳୁନି ପ୍ରଶିକ୍ଷକଙ୍କ ପତ୍ତା। ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ ବିମାନଟି କିର୍ନାପୁର ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ଭାକ୍କୁଟୋଲା ପାହାଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଟିସି ଗୋଣ୍ଡିଆ ନିଶ୍ଚିତ କରିଛି ଯେ ପ୍ରଶିକ୍ଷଣ ନେଉଥିବା ମହିଳା ପାଇଲଟ ରୁକାଶଙ୍କାଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ପ୍ରଶିକ୍ଷଣ ବିମାନରେ ଥିବା ପ୍ରଶିକ୍ଷକ ପାଇଲଟ ମୋହିତଙ୍କ ପତ୍ତା ମିଳିନି। ଏବେ ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।