କୌଣସି ବ୍ୟବସ୍ଥା ନିଖୁଣ ନୁହେଁ, କିନ୍ତୁ କଲେଜିୟମ୍ ଆମ ପାଖରେ ଥିବା ବିକଳ୍ପ ମଧ୍ୟରୁ ସର୍ବୋତ୍ତମ : ପ୍ରଧାନ ବିଚାରପତି

ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍ ବ୍ୟବସ୍ଥାକୁ ସମର୍ଥନ କରି କହିଛନ୍ତି ଯେ ସବୁଠାରୁ ନିଖୁଣ ବୋଲି କୌଣସି ବ୍ୟବସ୍ଥା ନାହିଁ, କିନ୍ତୁ କଲେଜିୟମ ହେଉଛି ଆମ ପାଖରେ ଉପଲବ୍ଧ ସର୍ବୋତ୍ତମ ବ୍ୟବସ୍ଥା । ଇଣ୍ଡିଆ ଟୁଡେ କନକ୍ଲେଭ, ୨୦୨୩ରେ ପ୍ରଧାନ ବିଚାରପତି କହିଛନ୍ତି ଯେ ନ୍ୟାୟପାଳିକାକୁ ସ୍ୱାଧୀନ ରଖିବାକୁ ହେଲେ ଏହାକୁ ବାହ୍ୟ ପ୍ରଭାବରୁ ସୁରକ୍ଷିତ ରଖିବାକୁ ପଡ଼ିବ।

ସବୁ ସିଷ୍ଟମ ଠିକ୍ ନୁହେଁ ବରଂ ଏହା (କଲେଜିୟମ) ହେଉଛି ଆମେ ବିକଶିତ କରିଥିବା ସର୍ବୋତ୍ତମ ବ୍ୟବସ୍ଥା । କିନ୍ତୁ ଏହାର ଉଦ୍ଦେଶ୍ୟ ଥିଲା ନ୍ୟାୟପାଳିକାର ସ୍ୱାଧୀନତାକୁ ରକ୍ଷା କରିବା, ଯାହାକି ଏକ ମୂଳ ମୂଲ୍ୟ । ନ୍ୟାୟପାଳିକାକୁ ସ୍ୱାଧୀନ ରଖିବାକୁ ହେଲେ ଆମକୁ ନ୍ୟାୟପାଳିକାକୁ ବାହ୍ୟ ପ୍ରଭାବରୁ ଅଲଗା ରଖିବାକୁ ପଡ଼ିବ।