ବାଣ କାରଖାନାରେ ବିସ୍ଫୋରଣ: ୮ ଜଣଙ୍କର ମୃତ୍ୟୁ, ୧୭ ଜଣ ଗୁରୁତର

ଆଜି ତାମିଲନାଡୁର କାଞ୍ଚିପୁରମରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି | ତେବେ ଅନେକ ଲୋକ ଏବେ ବି କାରଖାନା ଭିତରେ ଫସିରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କାଞ୍ଚିପୁରମ୍ ଜିଲ୍ଲାପାଳ ଏମ ଆରତୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଯେ ପୁଲିସ ଏହି ଘଟଣାର ତଦନ୍ତ କରିବ। ରିପୋର୍ଟ ଅନୁଯାୟୀ, ବାଣ କାରଖାନାଟି କାଞ୍ଚିପୁରମ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଭାଜାଥୋଥାମରେ ଥିବାବେଳେ ଘଟଣା ସମୟରେ କାରଖାନାରେ ୨୫ ଜଣ ଲୋକ କାମ କରୁଥିଲେ।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ କାରଖାନାରେ ନିଆଁ ଲାଗିବା ପରେ ବିସ୍ଫୋରଣ ମଧ୍ୟ ହୋଇଥିଲା | ଏହା ପରେ କାରଖାନା ଭୁଶୁଡି ପଡିଥିଲା | ଉଲ୍ଲେଖ ଥାଉ କି ଗତ ସପ୍ତାହରେ ତାମିଲନାଡୁର ଧର୍ମପୁରୀର ଏକ ବାଣ କାରଖାନାରେ ବିସ୍ଫୋରଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ମହିଳା ଆହତ ହୋଇଥିଲେ। ବାସ୍ତବରେ, ଏହି ତିନିଜଣ ମହିଳା ପେନାଗରାମ ନିକଟ ନାଗାଦାସମ୍ପଟ୍ଟୀରେ ଏକ ବାଣ କାରଖାନା ୟୁନିଟରେ କାମ କରୁଥିଲେ। ତେବେ କୌଣସି କାରଣରୁ ଏହି କାରଖାନାରେ ନିଆଁ ଲାଗିଯାଇଥିଲା ଓ ବିସ୍ଫୋରଣ ହୋଇଥିଲା।