କ୍ୟାନସରରେ ପୀଡ଼ିତା ବୋଲି ଜାଣିବା ପରେ ସିଦ୍ଧୁଙ୍କୁ ଆବେଗଭରା ପତ୍ର ଲେଖିଲେ ପତ୍ନୀ ନବଜୋତ କୌର

କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଦ୍ୱିତୀୟ ପର୍ଯ୍ୟାୟ କର୍କଟ ରୋଗରେ ପୀଡ଼ିତା ଥିବା ଜଣାପଡ଼ିଛି।

ସେ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ନିଜର ରୋଗ ଚିହ୍ନଟ ହୋଇଥିବା ଖବର ସେୟାର କରି ଲେଖିଛନ୍ତି, ‘ସେ (ନବଜୋତ ସିଂହ ସିଦ୍ଧୁ) ଏକ ଅପରାଧ ପାଇଁ ଜେଲରେ ଅଛନ୍ତି ଯାହା ସେ କରିନାହାନ୍ତି। ସମ୍ପୃକ୍ତ ସମସ୍ତଙ୍କୁ କ୍ଷମା କରନ୍ତୁ। ବାହାରେ ପ୍ରତିଦିନ ତୁମ ପାଇଁ ଅପେକ୍ଷା କରି ବୋଧହୁଏ ତୁମଠାରୁ ଅଧିକ ଯନ୍ତ୍ରଣା ଭୋଗୁଛି। ଚିରାଚରିିତ ଭାବେ ଯନ୍ତ୍ରଣାକୁ ଦୂର କରିବାକୁ ଚେଷ୍ଟା କରି ଏହାକୁ ସେୟାର କରୁଛି। ସାମାନ୍ୟ ଭଲ ଦେଖିବାକୁ ମିଳଛି। ଏହା ଖରାପ ବୋଲି ଜଣାପଡୁଛି।’