ଟେଷ୍ଟ ଡ୍ରାଇଭିଙ୍ଗ ହେଲା କାଳ : ଗାଡି କିଣିବାକୁ ଯାଇଥିଲେ ସତ ହେଲେ ନିଜ ଭୁଲ ଯୋଗୁଁ ଦେଇକି ଆସିଲେ ଦେଢ଼ ଲକ୍ଷ ଟଙ୍କା

ଗାଡି କିଣିବାକୁ କାର ସୋରୁମକୁ ଯାଇଥିଲେ ସତ ହେଲେ ନିଜର ଏକ ଭୁଲ ଯୋଗୁଁ ଗାଡି କିଣିବେ କ’ଣ, ଓଲଟି ଦେଢ଼ ଲକ୍ଷ ଟଙ୍କା ସୋରୁମ କର୍ମଚାରୀଙ୍କୁ ଦେଇକି ଆସିଲେ | ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଯଦି ଆପଣ କୌଣସି କାର ସୋରୁମକୁ ଯାଇ କାରର ଟେଷ୍ଟ ଡ୍ରାଇଭ କରିବାକୁ ଯୋଜନା କରୁଛନ୍ତି ତେବେ ଦୁଇଥର ଭାବନ୍ତୁ | କାରଣ ଆପଣଙ୍କ ସାମାନ୍ୟ ଭୁଲ ପାଇଁ ଆପଣ ଅସୁବିଧାରେ ପଡିପାରନ୍ତି |

ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରେ ଏକ ମାରୁତି ସୁଜୁକି ସୋରୁମକୁ ଜଣେ ବ୍ୟକ୍ତି ଏକ ଗ୍ରାଣ୍ଡ ଭିଟାରା ଗାଡି କିଣିବାକୁ ଯାଇଥିଲେ | ତେବେ ଏହି ବ୍ୟକ୍ତି ଜଣକ କାରର ଟେଷ୍ଟ ଡ୍ରାଇଭ କରିବାକୁ ଚାହିଁବାରୁ ସୋରୁମ ପକ୍ଷରୁ ତାଙ୍କୁ ଗାଡି ଦିଆଯାଇଥିଲା | ତେବେ ବ୍ୟକ୍ତି ଜଣକ ଏହି ନୂଆ କାରକୁ ନେଇ ଟେଷ୍ଟ ଡ୍ରାଇଭ କରୁଥିବାବେଳେ ଏହା ଦୁର୍ଘଟଣାର ଶିକାର ହୋଇଥିଲା | କାରର ସାମ୍ନାପଟ ଭାଙ୍ଗିଯାଇଥିଲା | ଆଉ ଏହାପରେ ସୋରୁମ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ପାଖରୁ ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି |