ଓସ୍କାର ଜିତିବା ପରେ କହିବାକୁ ଦିଆନଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗୁନିତ୍ ମୋଙ୍ଗା

ଓସ୍କାର ଜିତିବା ପରେ କହିବାକୁ ଦିଆନଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗୁନିତ୍ ମୋଙ୍ଗା। ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ର ପ୍ରଯୋଜିକା ହେଉଛନ୍ତି ଗୁନିତ୍ ମୋଙ୍ଗା। ‘ନେଟ୍‌ଫ୍ଲିକ୍ସ୍‌’ରେ ରିଲିଜ୍ ହୋଇଥିବା କାର୍ତିକି ଗୋନସାଲବେସ୍ ଏବଂ ଗୁନୀତ୍‌ ମୋଙ୍ଗାଙ୍କ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା। ଓସ୍କାର ଜିତିବା ପରେ ଗୁନିତ୍ ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ଓସ୍କାର ଜିତିବା ପରର ଘଟଣା ସାମ୍ନାକୁ ଆସିଛି।

‘ନାଟୁ ନାଟୁ’ ଗୀତର ନିର୍ଦ୍ଦେଶକ ଏମଏମ କିରାବାନୀ ଏହାର ଖୁଲାସା କରିଛନ୍ତି। ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’  ମିଳିବା ପରେ ମଞ୍ଚ ଉପରେ କହିବାର ସୁଯୋଗ ନମିଳିବାରୁ ଗୁନିତ୍ ଅଣନିଶ୍ବାସୀ ହୋଇଯାଇଥିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଏମଏମ କିରାବାନୀ।