ପ୍ରଗତି ମଇଦାନରେ ତ୍ରିରଙ୍ଗା ହଟାଇ ଖଲିସ୍ତାନୀ ପତାକା ଲଗାଇବାକୁ ମିଳିଲା ଧମକ

ଭାରତୀୟ ପତାକା ହଟାଇ ଦିଲ୍ଲୀର ପ୍ରଗତି ମଇଦାନରେ ଖଲିସ୍ତାନୀ ପତାକା ଲଗାଇବାକୁ ଜଣେ ଖଲିସ୍ତାନୀ ସମର୍ଥକ ଧମକ ଦେଇଛନ୍ତି। ସେମାନେ କହିଛନ୍ତି ଯେ ପ୍ରଗତି ମଇଦାନକୁ କବଜା କରାଯିବା ପରେ ସେଠାରେ ଥିବା ତ୍ରିରଙ୍ଗା ପତାକାକୁ ହଟାଇ  ଖଲିସ୍ତାନୀ ପତାକା ଉତ୍ତୋଳନ କରାଯିବ। ଆସିଥିବା ଧମକପୂର୍ଣ୍ଣ ଅଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ମଧ୍ୟ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ଏହି ଅଡିଓରେ ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କୁ ସମର୍ଥନ କରିବା ସହ ତାଙ୍କ ବିଷୟରେ କହିଥିଲେ। ଏହି ଅଡିଓ ବାର୍ତ୍ତା ପାଇବା ପ‌ରେ ଦିଲ୍ଲୀ ପୁଲିସ ଆଇପିସିର ଧାରା ୧୫୩, ୧୫୩-ଏ ଏବଂ ୫୦୫ଅନୁଯାୟୀ ଏକ ଏତଲା ପଞ୍ଜିକୃତ କରିଛି। ଏତଲା ରୁଜୁ ପରେ ଏହି ବାର୍ତ୍ତା କିଏ ପଠାଇଛି, ତା’ର ତଦନ୍ତ କରୁଛି ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍।