ଚୀନକୁ ନେଇ ଚିନ୍ତା : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ଭୁଟାନ ରାଜା ୱାଙ୍ଗଚୁକ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକଙ୍କ ସହ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ଚିନ୍ତା ମଧ୍ୟରେ ଏହି ସାକ୍ଷାତକୁ ଗୁରୁତ୍ବ ଦିଆଯାଉଛି ।

ଡୋକଲାମ ବିବାଦ କୁ ନେଇ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗଙ୍କ ନିକଟରେ ଦେଇଥିବା କିଛି ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା । ସେ କହିଥିଲେ ଯେ ଚୀନ ପକ୍ଷରୁ ଭୁଟାନର କୌଣସି ଅଂଚଳ ଅଧିକାର କରାଯାଇନାହିଁ । ଏହାକୁ ନେଇ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ନେଇ ଭାରତରେ ଚିନ୍ତା ପ୍ରକାଶ ପାଇଥିଲା । କିନ୍ତୁ ସୀମା ବିବାଦ କୁ ନେଇ ଭୁଟାନ୍ ନିଜର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନାହିଁ ବୋଲି ଥିମ୍ପୁ କହିଛି ।