ଜଗଦୀଶ ସେଟ୍ଟାରଙ୍କୁ ଟିକେଟ୍ ମିଳିବା ୯୯% ନିଶ୍ଚିତ : ୟେଦୁରପ୍ପା

ବିଜେପି ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ପ୍ରଥମ ପର୍ଯ୍ୟାୟରେ ବିଜେପି ୧୮୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏଥିରେ ୫୨ ଜଣ ନୂଆ ପ୍ରାର୍ଥୀଙ୍କୁ ଦଳ ପ୍ରଥମ ଥର ପାଇଁ ଟିକେଟ ‌ଦେଇଥିଲା । ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ଖୁଲମଖୁଲା ଧମକ ଦେଇଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର | ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଘନିଷ୍ଠ ଜଗଦୀଶ କହିଥିଲେ ଯେ ଦଳ ଟିକଟ ନଦେଲେ ମଧ୍ୟ ସେ ନିର୍ବାଚନ ଲଢ଼ିବେ, ଆବଶ୍ୟକ ହେଲେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ଏବଂ ଏହା ତାଙ୍କ ସମର୍ଥକମାନେ ଚାହୁଛନ୍ତି ‌।