ବୀମା କମ୍ପାନି ଦେବ ୭ କୋଟି ଟଙ୍କାର କ୍ଷତିପୂରଣ, ୨୦୧୭ ମସିହାରୁ ଦେବାକୁ ହେବ ସୁଧ, ଉପଭୋକ୍ତା ଫୋରମ ଦେଲେ ରାୟ

ଠିକ ସମୟରେ କ୍ଷତିପୂରଣ ନ ଦେବା ଏବେ ଏକ ବୀମା କମ୍ପାନି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଯେବେଠାରୁ ଘଟଣା ଘଟିଛି ସେବେଠାରୁ ହିସାବ କରି କ୍ଷତିପୂରଣ ଦେବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି | ବାସ୍ତବରେ ମହାରାଷ୍ଟ୍ର ଥାନେର ଅତିରିକ୍ତ ଜିଲ୍ଲା ଉପଭୋକ୍ତା କମିଶନ ଆଠ ବର୍ଷ ପୁରୁଣା ମାମଲାରେ ରାୟ ପ୍ରଦାନ କରି ବୀମା କମ୍ପାନିକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ମସିହାରେ ନଭି ମୁମ୍ବାଇରେ ଥିବା କାରଖାନାରେ ଅଗ୍ନିକାଣ୍ଡ ଘଟଣାରେ ଉକ୍ତ କମ୍ପାନିକୁ ୭.୨୯ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଉପଭୋକ୍ତା କମିଶନ ବୀମା କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗର ଅଧ୍ୟକ୍ଷ ରବିନ୍ଦ୍ର ପି ନାଗ୍ରେ ବୀମା କମ୍ପାନି ଫ୍ୟୁଚର ଜେନେରାଲୀ ଇଣ୍ଡିଆ ଇନସୁରାନ୍ସ କମ୍ପାନୀକୁ ଅବହେଳା ପାଇଁ ଦାୟୀ କରିଛନ୍ତି। ବୀମା କମ୍ପାନୀକୁ ଦାବିଦାର ସଙ୍ଗଦୀପ ଏସିଡ୍ କେମ ପ୍ରାଇଭେଟ ଲିମିଟେଡକୁ ଅକ୍ଟୋବର ୨୯, ୨୦୧୭ଠାରୁ ବାର୍ଷିକ ନଅ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବାକୁ କହିଛନ୍ତି ।