ଦିଲ୍ଲୀ-ଜୟପୁର ଓ ଆଜମେର ଯାତ୍ରା ପାଇଁ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ଓ ସମୟ କେତେ ରହିଛି ଜାଣନ୍ତୁ

ରାଜସ୍ଥାନ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରଥମ ତଥା ଦେଶର ୧୫ତମ ବନ୍ଦେ ଭାରତ ଏକ୍ସପ୍ରେସ ଦୌଡ଼ିବାକୁ ନେଇ ସବୁଜ ସଙ୍କେତ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ଏହାର ଶୁଭାରମ୍ଭ କରିଛନ୍ତି।

ବନ୍ଦେ ଭାରତ ଏକ୍ସପ୍ରେସ ଜୟପୁର ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ଯାତ୍ରା କରିଛି। ଦିଲ୍ଲୀ ଓ ଆଜମେର ବନ୍ଦେ ଭାରତ ଏକ୍ସପ୍ରେସ ଜୟପୁର ରାସ୍ତାରେ ଯିବ। ଅର୍ଥାତ ଏହି ଟ୍ରେନ ଦିଲ୍ଲୀ ଓ ଜୟପୁର ପାଇଁ ବି ଉପଲବ୍ଧ ହେବ।

ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସେବା ଏପ୍ରିଲ ୧୩ରୁ ଆରମ୍ଭ ହେବ। ଟ୍ରେନଟି ଆଜମେରରୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ବୁଧବାରକୁ ଛାଡ଼ି ଅନ୍ୟ ସବୁଦିନେ ଯାତ୍ରା କରିବ। ଏହି ସମୟରେ ଜୟପୁର, ଅଲୱର ଓ ଗୁରୁଗ୍ରାମରେ ରହିବ।

ରେଳବାଇର କହିବାନୁସାରେ, ଦିଲ୍ଲୀ-ଜୟପୁର ରାସ୍ତା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସରେ କିଛି ପରିବର୍ତ୍ତନ କରାଯାଇଛି। କାରଣ ଏହି ଦିଗରେ ଡବଲ-ଡେକର ଟ୍ରେନ ଚାଲିଥାଏ। ସେଥିପାଇଁ ଏହି ରାସ୍ତାରେ ବିଜୁଳି ତାରର ଉଚ୍ଚତା ଅଧିକ ରହିଛି। ଏଯାବତ ଚାଲିଥିବା ୧୪ଟି ବନ୍ଦେ ଭାରତ ଟ୍ରେନରେ ଏହି ସମସ୍ୟା ଦେଖା ଦେଇ ନଥିଲ।