ଏୟାର ଇଣ୍ଡିଆର ବଡ ଘୋଷଣା: ଏସବୁ ପପୁଲାର ରୁଟରେ ସ୍ଥଗିତ ରଖିବ ବିମାନ ସେବା

ଏୟାର ଇଣ୍ଡିଆ କିଛି ଅନ୍ତର୍ଜାତୀୟ ରୁଟରେ ଏହାର ବିମାନ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଅନୁଯାୟୀ, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କାତାର ଭଳି ଅନେକ ଦେଶକୁ ବିମାନ ସଂଖ୍ୟା ହ୍ରାସ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। କ୍ରୁ ସଦସ୍ୟଙ୍କ ଅଭାବ ଏବଂ ବିମାନର ଅଭାବ ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସପ୍ତାହରେ ଗୋଟିଏ ଦିନ ଦିଲ୍ଲୀରୁ ମସ୍କାଟ, ଦିଲ୍ଲୀରୁ ଦୁବାଇ ଏବଂ ଦିଲ୍ଲୀରୁ ଆବୁଧାବି ବିମାନ ଉଡ଼ାଣ ବାତିଲ କରାଯିବ। ଏପ୍ରିଲ ଶେଷରୁ ମେ ମାସ ପର୍ଯ୍ୟନ୍ତ ଏହି ବିମାନଗୁଡ଼ିକର ଉଡାଣ ସାମୟିକ ଭାବେ ବନ୍ଦ ହେବ |