ଏକନାଥ ସାବଧାନ ରୁହ: ରାଜ ଠାକରେ

ମହାରାଷ୍ଟ୍ରରେ ଏବେ ରାଜନୈତିକ ତାତି ଆରମ୍ଭ ହୋଇଯାଇଛି | ବାସ୍ତବରେ କିଛିଦିନ ତଳେ ଉଦ୍ଧବ ଗୋଷ୍ଠୀ ନେତା ସଂଜୟ ରାଉତ ବିଜେପି-ଶିବସେନାକୁ ଟାର୍ଗେଟ୍‌ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ଡେଥ୍‌ ୱାରେଣ୍ଟ ଜାରି ହୋଇଯାଇଛି । ଆଗାମୀ ୧୫-୨୦ ଦିନ ମଧ୍ୟରେ ସରକାର ଭାଙ୍ଗିଯିବ । ସେହିପରି ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ନେତା ଅଜିତ ପାୱାର୍‌ କହିଥିଲେ ଯେ ‘ଏନ୍‌ସିପି’ ହେଉଛି ଅଗ୍ରଣୀ ଦଳ। ସାଧାରଣ ନିର୍ବାଚନକୁ ଅପେକ୍ଷା କରିବା ପରିବର୍ତ୍ତେ ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀ ପଦ ଦାବି କରିବାକୁ ଆମେ ପ୍ରସ୍ତୁତ ହୋଇ ରହିଛୁ। ତେବେ ଏହାକୁ ନେଇ ଏମଏନଏସ ମୁଖ୍ୟ ରାଜ ଠାକରେ ମୁଖ୍ୟମନ୍ତ୍ରୀ ଏକନାଥଙ୍କୁ ସାବଧାନ କରାଇଦେଇଛନ୍ତି | ବାସ୍ତବରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍ ବୁଧବାର ଲୋକମତ ପୁରସ୍କାର କାର୍ଯ୍ୟକ୍ରମରେ ରାଜ ଠାକରେଙ୍କ ସାକ୍ଷାତକାର ନେଇଥିଲେ | ଅମୃତା ରାଜ ଠାକରେଙ୍କୁ ପ୍ରଶ୍ନ ପଚାରିଥିଲେ, ଯେ ଯଦି ଶିବସେନାର ନେତୃତ୍ୱ ରାଜ ଠାକରେଙ୍କ ହାତରେ ଥାଆନ୍ତା, ତେବେ ଏପରି ଅସୁବିଧା ହୋଇନଥାନ୍ତା କି?