ବଜାରରୁ ହଟିବ ୨୦୦୦ ଟଙ୍କିଆ ନୋଟ୍
ପ୍ରଚଳନରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବ ଆରବିଆଇ
ନୋଟ୍ ଗୁଡ଼ିକ ଆଇନଗତ ଟେଣ୍ଡର ହୋଇ ରହିବ
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ବ୍ୟାଙ୍କଗୁଡ଼ିକୁ ତୁରନ୍ତ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ନୋଟ୍ ଆଇନଗତ ଟେଣ୍ଡର ଭାବେ ଜାରି ରହିବ ବୋଲି କୁହାଯାଇଛି।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସେପ୍ଟେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ପାଇଁ ଜମା ଏବଂ ବିନିମୟ ସୁବିଧା ପ୍ରଦାନ କରିବାକୁ ଆରବିଆଇ ବ୍ୟାଙ୍କଗୁଡ଼ିକୁ କହିଛି। ବ୍ୟାଙ୍କ ଆକାଉଣ୍ଟରେ ଜମା ସାଧାରଣ ଉପାୟରେ ଜମା କରାଯାଇପାରିବ ।
ସୂଚନାନୁସାରେ, ୨୦୧୮-୧୯ରେ ୨୦୦୦ ଟଙ୍କିଆ ନୋଟ୍ ଛପା ବନ୍ଦ କରାଯାଇଥିଲା।