ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ଜାପାନର ହିରୋସିମାଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗାନ୍ଧୀବାଦୀ ଶାନ୍ତିର ଆଦର୍ଶ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରୁଛି।

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ କିସିଦାଙ୍କୁ ଭେଟିଛନ୍ତି ମୋଦି

ହିରୋସିମା: ଜାପାନର ହିରୋସିମାଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଉନ୍ମୋଚନ କରିିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ସେ କହିଛନ୍ତି ଯେ ଗାନ୍ଧୀ ଶାନ୍ତିର ଆଦର୍ଶ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରୁଛି । ଏହି ଅବସରରେ ଟୁଇଟ୍ କରି ମୋଦି ଲେଖିଛନ୍ତି, ‘‘ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିଉନ୍ମୋଚନ କରାଯାଇଛି। ହିରୋସିମାର ଏହି ପ୍ରତିମୂର୍ତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି । ଶାନ୍ତି ଓ ସୌହାର୍ଦ୍ଦ୍ୟର ଗାନ୍ଧିବାଦୀ ଆଦର୍ଶ ବିଶ୍ୱସ୍ତରରେ ଗୁଞ୍ଜରିତ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରୁଛି।’’
ସୂଚନାନୁଯାୟୀ, ଏହା ପୂର୍ବରୁ ମୋଦି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସହ ମଧ୍ୟ ବୈଠକ କରିଥିଲେ । ଏ ସଂକ୍ରାନ୍ତରେ ମୋଦି ଟୁଇଟ୍ କରି କହିଛନ୍ତି, ଆଜି ସକାଳେ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଏକ ଉତ୍ତମ ବୈଠକ ହୋଇଛି। ଆମେ ଭାରତ-ଜାପାନ ସମ୍ପର୍କର ସମୀକ୍ଷା କରିଥିଲୁ ଏବଂ ଆମ ପୃଥିବୀକୁ ଉନ୍ନତ କରିବା ଦିଗରେ ଭାରତର ଜି-୨୦ ପ୍ରେସିଡେନ୍ସି ଏବଂ ଜାପାନର ଜି-୭ ପ୍ରେସିଡେନ୍ସିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ମଧ୍ୟ ଆଲୋଚନା କରିଥିଲୁ।