ଭାରତ ଆସିବ ଏଲନ ମସ୍କଙ୍କ ଟେସଲା

ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା ୨୦୨୩ ଶେଷ ସୁଦ୍ଧା ଭାରତରେ ଏକ କମ୍ପାନୀ ଖୋଲିବ ।

ନୂଆଦିଲ୍ଲୀରେ ଭାରତର କିଛି ଅଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା ହୋଇଛି ।

ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ କାର ନିର୍ମାତା କମ୍ପାନୀ ଟେସଲା ଖୁବ ଶୀଘ୍ର ଭାରତରେ ତାର ଏକ ନୂଆ କାରଖାନା ୟୁନିଟ୍ ଖୋଲିବାକୁ ଯାଉଛି । କମ୍ପାନୀ ଏବେ ଭାରତର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଖୋଲିବା ନେଇ ନିଷ୍ପତି ନେଉଛି । ମଙ୍ଗଳବାର ଏକ ଇଭେଂଟରେ ଦି ୱାଲ୍ ଷ୍ଟ୍ରିଟ ଜର୍ଣ୍ଣାଲର ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ମସ୍କ କହିଥିଲେ ଯେ, ସେ ଭାରତରେ ଟେସଲାର ଏକ କମ୍ପାନୀ ଖୋଲିବାକୁ ଇଚ୍ଛୁକ ଅଛନ୍ତି । କମ୍ପାନୀ ଆଗାମୀ ମାସରେ ଲୋକେସନ ଚୂଡାନ୍ତ କରିବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ, ଗତ କିଛି ଦିନ ତଳେ ନୂଆଦିଲ୍ଲୀରେ ୧୭ ଓ ୧୮ ତାରିଖରେ ଟେସଲାର କିଛି କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତରେ କିଛି ଅଧିକାରୀଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି । ଗତ ସପ୍ତାହରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଏକ ଇଂଟରଭୁ୍ୟରେ କହିଥିଲେ ଯେ, ଟେସଲା ଭାରତରେ ଏକ କମ୍ପାନୀ ଖୋଲିବାକୁ ଆଗ୍ରହୀ ଅଛି ।