ସାନ୍ ଫ୍ରାନ୍ସିସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇରୁ ଉଡ଼ାଣ ଭରି ଋଷିଆ ଅଭିମୁଖେ ଡାଇଭର୍ଟ

ଭାରତରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନର ଗତିପଥ ପରିବର୍ତ୍ତନ କରାଯାଇ ରୁଷିଆର ମାଗାଦାନ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଯାଇଛି

ଜୁନ୍ ୭, ୨୦୨୩ରେ ଏୟାର ଇଣ୍ଡିଆ ମାଗାଦାନରୁ ସାନ୍ ଫ୍ରାନ୍ସିସ୍କୋ ପର୍ୟ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ନେଇ ଏକ ଫେରି ବିମାନ ଚଳାଚଳ କରିବ

ନୂଆଦିଲ୍ଲୀ : ଭାରତରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନର ଗତିପଥ ପରିବର୍ତ୍ତନ କରାଯାଇ ରୁଷିଆର ମାଗାଦାନ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଯାଇଛି।
ଏୟାର ଇଣ୍ଡିଆ ଏକ ବିବୃତିରେ କହିଛି ଯେ ୨୧୬ ଜଣ ଯାତ୍ରୀ ଏବଂ ୧୬ ଜଣ କର୍ମଚାରୀଙ୍କୁ ନେଇ ଦିଲ୍ଲୀ-ସାନ୍ ଫ୍ରାନ୍ସିସ୍କୋ ବିମାନ ଏଆଇ୧୭୩ର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ରୁଷିଆର ମାଗାଦାନ ବିମାନ ବନ୍ଦରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିା ଦୁର୍ଗମ ବିମାନ ଥିବା ବିମାନବନ୍ଦରର ଆଖପାଖରେ ଭିତ୍ତିଭୂମିଗତ ଅଭାବକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷଙ୍କ ସହାୟତାରେ ସ୍ଥାନୀୟ ହୋଟେଲରେ ଯାତ୍ରୀମାନଙ୍କୁ ରହିବା ପାଇଁ ଆନ୍ତରିକ ପ୍ରୟାସ କରିବା ପରେ ଶେଷରେ ସମସ୍ତ ଯାତ୍ରୀଙ୍କୁ ମେକ୍ ସିଫ୍ଟ ଆବାସକୁ ସ୍ଥାନାନ୍ତର କରାଯାଇଥିଲା।
ଜୁନ୍ ୭, ୨୦୨୩ରେ ଏୟାର ଇଣ୍ଡିଆ ମାଗାଦାନରୁ ସାନ୍ ଫ୍ରାନ୍ସିସ୍କୋ ପର୍ୟ୍ୟନ୍ତ ଏକ ଫେରି ବିମାନ ଚଳାଚଳ କରିବ, ଯେଉଁଥିରେ ଏଆଇ୧୭୩ର ସମସ୍ତ ଯାତ୍ରୀ ଏବଂ କ୍ରୁଙ୍କୁ ନିଆଯିବ, ଯେଉଁମାନେ ବର୍ତ୍ତମାନ ମାଗାଦାନର ସ୍ଥାନୀୟ ହୋଟେଲରେ ରହୁଛନ୍ତି। ଏହି ବିମାନରେ ଯାତ୍ରୀଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିବ। ଏୟାର ଇଣ୍ଡିଆର ଆମେ ସମସ୍ତେ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଚିନ୍ତିତ ଏବଂ ଯଥାଶୀଘ୍ର ଫେରି ବିମାନ ଚଳାଚଳ ପାଇଁ ଯଥାସମ୍ଭବ ପ୍ରୟାସ କରୁଛୁ।