ବାବୁଲ ସୁପ୍ରିଓଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଜାଣନ୍ତୁ କଣ..

ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ବାବୁଲ ସୁପ୍ରିଓଙ୍କୁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି। ପାର୍ଟି ପକ୍ଷରୁ ତାଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଛି। ତାଙ୍କ ବ୍ୟକ୍ତିତ୍ୱ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ଦିଆଯାଇଥିବା ପାର୍ଟି ପକ୍ଷରୁ କୁହାଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁପ୍ରିଓ ଏଥିଲାଗି ପାର୍ଟି ସୁପ୍ରିମୋଙ୍କୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। ସୁପ୍ରିଓଙ୍କୁ ପାର୍ଟି ଦ୍ୱାରା ମୁଖପାତ୍ର ନିଯୁକ୍ତି ବେଙ୍ଗଲ ବାହାରେ ପାର୍ଟିର ଆଧାର ବଢାଇବା ଲାଗି ବୋଲି ଜନୈକ ବରିଷ୍ଠ ଟିଏମସି ନେତା କହିଛନ୍ତି।

ସୁପ୍ରିଓ ଜଣେ ଗାୟକ ଓ ରାଜନେତା। ଉଭୟ ରୂପରେ ସେ ସାରା ଦେଶରେ ଜଣେ ପରିଚିତ ଚେହେରା। ଏଣୁ ସେ ପାର୍ଟିର ବିଚାର ଓ ନୀତିକୁ ଜାତୀୟ ମଞ୍ଚରେ ରଖିବାରେ ଆମକୁ ସହୋୟଗ କରିବେ ବୋଲି ଟିଏମସି ନେତା କହିଛନ୍ତି। ପୂର୍ବତନ ବିଜେପି ସାଂସଦ ସୁପ୍ରିଓଙ୍କୁ ଗତବର୍ଷ ମନ୍ତ୍ରାଳୟରୁ ହଟାଇ ଦିଆଯାଇଥିଲା।