ମୌସୁମୀ ଆସିବା ପୂର୍ବରୁ ବିଏମସିର ପ୍ରସ୍ତୁତି ବୈଠକ
ବର୍ଷା ଯୋଗୁଁ ଯେପରି ଭୁବନେଶ୍ୱର ଓ ଉପକଂଠ ଅଂଚଳରେ ଯେପରି ଜଳବନ୍ଦୀ ନ ହୁଏ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
ଡ୍ରେନ ନିର୍ମାଣ ସିଲ୍ଟିଂ କାର୍ଯ୍ୟ ଶେଷ କରିବାକୁ ମେୟରଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର: ମୌସୁମୀ ଆସିବା ପୂର୍ବରୁ ବିଏମସିର ପ୍ରସ୍ତୁତି ବୈଠକ । ବର୍ଷା ଯୋଗୁଁ ଯେପରି ଭୁବନେଶ୍ୱର ଓ ଉପକଂଠ ଅଂଚଳରେ ଯେପରି ଜଳବନ୍ଦୀ ନ ହୁଏ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରର ଅଧିକାଂଶ ଡ୍ରେନ୍ ଜଳ ଓ ବର୍ଜ୍ୟବସ୍ତୁ ବର୍ଷା ଜଳ ପ୍ରବାହରେ ବାଧା ସୃଷ୍ଟି କରୁ ଥିବାରୁ ଯଥା ଶୀଘ୍ର ଡ୍ରେନ ନିର୍ମାଣ ଓ ସିଲ୍ଟିଂ କାର୍ଯ୍ୟ ଶେଷ କରିବାକୁ ବିଏମସି ମେୟର ସୁଲୋଚନା ଦାସ ନିଦେ୍ର୍ଦଶ ଦେଇଛନ୍ତି ।
ସୂଚନାନୁସାରେ, ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬୭ଟି ୱାର୍ଡର କର୍ପୋରେଟର, ଇଞ୍ଜିନିୟର ବିଭାଗ, ଆର ଆଣ୍ଡ ଡିି ବିଭାଗ, ଏନଏଚଏଆଇର ଅଧିକାରୀମାନେ ଯୋଗ ଦେଇଥିଲେ । ସୁଲୋଚନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଖୋଲା ଡ୍ରେନ ନିକଟରେ ବ୍ୟାରିକେଡ ନିର୍ମାଣ ସହ ଜୁନ ୨୫ ସୁଦ୍ଧା ସମସ୍ତ ମୁଖ୍ୟ ଡ୍ରେନର ସିଲ୍ଟିଂ କାମ ଶେଷ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହାସହ ନିଜ ନିଜ ୱାର୍ଡରେ ନିର୍ମାଣାଧିନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କର୍ପୋରେଟରମାନଙ୍କୁ କୁହାଯାଇଛି ।