ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସର ବ୍ଲାଷ୍ଟ ଫର୍ଣ୍ଣାସ୍ ପାୱାର ପ୍ଲାଣ୍ଟରେ ବାଷ୍ପ ପାଇପ୍ ଲିକ୍ : ୧୯ ଗୁରୁତର
ଢେଙ୍କାନାଳ ଜିଲ୍ଲା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସର ବ୍ଲାଷ୍ଟ ଫର୍ଣ୍ଣାସ୍ ପାୱାର ପ୍ଲାଣ୍ଟରେ ବାଷ୍ପ ପାଇପ୍ ଫାଟି ଗ୍ୟାସ ଲିକ୍ ହେବା ଫଳରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ୧୯ ଗୁରୁତର ହୋଇଛନ୍ତି।
୧୯ ଗୁରୁତରଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସର ବ୍ଲାଷ୍ଟ ଫର୍ଣ୍ଣାସ୍ ପାୱାର ପ୍ଲାଣ୍ଟରେ ବାଷ୍ପ ପାଇପ୍ ଫାଟି ଗ୍ୟାସ ଲିକ୍ ହେବା ଫଳରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ୧୯ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ପ୍ଲାଣ୍ଟ ପରିସରରେ ଥିବା ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅବସ୍ଥାରେ ୧୯ ଜଣଙ୍କୁ କଟକର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କମ୍ପାନୀ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛି।
ଟାଟା ଷ୍ଟିଲ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, “ଓଡ଼ିଶାର ଢେଙ୍କାନାଳସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସରେ ବାଷ୍ପ ଲିକ୍ ହେବା କାରଣରୁ ବିଏଫପିପି୨ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା ଘଟିଥିବା ଖବର ପାଇ ଆମେ ଦୁଃଖିତ। ଆଜି ଅପରାହ୍ନ ୧ଟାରେ ଯାଞ୍ଚ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ଏବଂ ଘଟଣାସ୍ଥଳରେ କାମ କରୁଥିବା କିଛି ଲୋକ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ, ଯେଉଁମାନଙ୍କୁ ତୁରନ୍ତ କମ୍ପାନିର ଆମ୍ବୁଲାନ୍ସରେ ସତର୍କତାମୂଳକ ଭାବେ ପ୍ଲାଣ୍ଟ ପରିସରରେ ଥିବା ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ପରେ ଉକ୍ତ ଆହତଙ୍କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇଛି।