୭୦,୦୦୦ ନିଯୁକ୍ତି ପତ୍ର ବଂଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦି
ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ନବନିଯୁକ୍ତ କର୍ମଚାରୀମାନଙ୍କୁ ୭୦,୦୦୦ ନିଯୁକ୍ତି ପତ୍ର ବଂଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦି
ବିଭିନ୍ନ ସରକାରୀ ବିଭାଗରେ ଯୋଗ ଦେବେ ନବନିଯୁକ୍ତ କର୍ମଚାରୀ
ନୂଆଦିଲ୍ଲୀ: ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ନବନିଯୁକ୍ତ କର୍ମଚାରୀମାନଙ୍କୁ ୭୦,୦୦୦ ନିଯୁକ୍ତି ପତ୍ର ବଂଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦି । ଏହି ଅବସରରେ ମୋଦି ସମ୍ବୋଧିତ କରି କହିଛନ୍ତି ଯେ, ‘‘ସରକାରୀ ଚାକିରି ନିଯୁକ୍ତିକ୍ଷେତ୍ରରେ କେତେକ ରାଜନୈତିକ ଦଳ ପରିବାରବାରବାଦ ଓ ଦୁର୍ନୀତିକୁ ପ୍ରୋସôାହନ ଦେଉଥିବା ବେଳେ ଆମ ସରକାର ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ପୂର୍ବ ସରକାର ଯୁବବର୍ଗଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ପାଇଁ ଦେଢ ବର୍ଷ ସମୟ ଲାଗୁଥିବା ବେଳେ ଏବେ ଏହା କିଛି ମାସ ମଧ୍ୟରେ ଶେଷ ହେଉଛି । ୨୦୧୪ରେ ଆମ ସରକାର ଆସିବା ପରେ ସ୍ୱଚ୍ଛତା ଆସିଲା । ଏକ ଦଶନ୍ଧି ପୂର୍ବ ତୁଳନାରେ ଭାରତ ଏବେ ଅଧିକ ସ୍ଥିର, ସୁରକ୍ଷିତ ଏବଂ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇଛି । ଆମ ସରକାରଙ୍କ ଏହି ନିଷ୍ପତି ଫଳରେ ଘରୋଇ କ୍ଷେତ୍ରରେ ଲକ୍ଷାଧିକ ସୁଯୋଗ ସୃଷ୍ଟି ହୋଇଛି । ନିଯୁକ୍ତି ପତ୍ର ପାଇଥିବା ନବନିଯୁକ୍ତ କର୍ମଚାରୀମାନେ ଆର୍ଥôକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଣବିକ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ ଏବଂ ଆକାଉଂଟ୍ସ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ବିଭାଗରେ ଯୋଗ ଦେବେ ।’’