ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇସିସିସିର ବାଧ୍ୟତାମୂଳକ ଧାରା ଲାଗୁ

ଇଣ୍ଡୋ-କାନାଡା ଚାମ୍ବର ଅଫ୍ କମର୍ସ (ଆଇସିସିସି) ଭିସା ଆବେଦନକାରୀଙ୍କ ପାଇଁ ଏକ ବାଧ୍ୟତାମୂଳକ ଧାରା ଲାଗୁ କରିବ

କାନାଡାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବାଧ୍ୟତାମୂଳକ ଆଇନ

କାନାଡା: ଇଣ୍ଡୋ-କାନାଡା ଚାମ୍ବର ଅଫ୍ କମର୍ସ (ଆଇସିସିସି) ଭିସା ଆବେଦନକାରୀଙ୍କ ପାଇଁ ଏକ ବାଧ୍ୟତାମୂଳକ ଧାରା ଏବଂ ଭାରତୀୟଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ଦାବି କରିଛି। କାନାଡାର ଆଇନ ଓ ନିୟମ ବିଷୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଥିବା ଅଜ୍ଞତାକୁ ଦୂର କରିବା ପାଇଁ ଇଣ୍ଡୋ-କାନାଡା ଚାମ୍ବର ଅଫ୍ କମର୍ସ (ଆଇସିସିସି) ଭିସା ଆବେଦନକାରୀଙ୍କ ପାଇଁ ଏକ ବାଧ୍ୟତାମୂଳକ ଧାରା ଲାଗୁ କରିବାକୁ ଇମିଗ୍ରେସନ ମନ୍ତ୍ରୀଙ୍କ ଉପରେ ଚାପ ପକାଇଛି।
କାନାଡାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭିସା ଆବେଦନକାରୀଙ୍କ ପାଇଁ ବାଧ୍ୟତାମୂଳକ କାନାଡା ଆଇନ ସଚେତନତା ଏବଂ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷତଃ ଅନେକ ଭାରତୀୟ ଛାତ୍ର ସ୍ଥାନୀୟ ଆଇନ ବିଷୟରେ ଅଜ୍ଞତା କାରଣରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କିମ୍ବା ପୋଖରୀରେ ବୁଡ଼ି ଯାଇଛନ୍ତି। କାଗଜପତ୍ରର ଦାୟିତ୍ୱ ସାଧାରଣତଃ ଭାରତରେ ଏଜେଣ୍ଟମାନଙ୍କ ଉପରେ ପଡୁଥିବାରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ କାନାଡାର ବୈଧତା ବିଷୟରେ ସୀମିତ ବୁଝାମଣା ରହିଛି ।
ଆଇସିସିସି ଏକ ଜରୁରୀ ସମାଧାନ ପାଇଁ ଦେଇଥିବା ପ୍ରସ୍ତାବ ହେଉଛି, ନାମଲେଖା ଦସ୍ତାବିଜରେ ଏକ ସ୍ୱୀକୃତି ଫର୍ମ ଅନ୍ତର୍ଭୁକ୍ତ କରିବା। ଏହି ଫର୍ମରେ ଭାରତୀୟ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ସେମାନେ କାନାଡାର ମୌଳିକ ଆଇନ ସହିତ ନିଜକୁ ପରିଚିତ କରିଛନ୍ତି ଏବଂ ଏହାକୁ ଉଲ୍ଲଂଘନ କରିବାର ସମ୍ଭାବ୍ୟ ପ୍ରତିକ୍ରିୟାକୁ ବୁଝିଛନ୍ତି ଏବଂ କାନାଡାର କଲେଜଗୁଡ଼ିକରେ ନାମଲେଖା ପାଇଁ ଏହି ସ୍ୱୀକୃତି ଫର୍ମ ଏକ ପ୍ରାଥମିକତା ହେବା ଉଚିତ୍ ।
କାନାଡା ଯାଉଥିବା ଛାତ୍ରଛାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ଆଇସିସିସି କାନାଡାର ସମସ୍ତ କଲେଜକୁ ବିମାନବନ୍ଦରରେ ସର୍ଭିସ କାଉଣ୍ଟର ପ୍ରତିଷ୍ଠା କରିବାକୁ ସୁପାରିସ କରିଛି। ଏହି କାଉଣ୍ଟରଗୁଡ଼ିକ ଅବତରଣ ପରବର୍ତ୍ତୀ ଅତ୍ୟାବଶ୍ୟକ ସହାୟତା ପ୍ରଦାନ କରିବ ଏବଂ ଛାତ୍ରଛାତ୍ରୀମାନଙ୍କୁ କାନାଡାର ଆଇନ ଏବଂ ନିୟମ ବିଷୟରେ ବିସ୍ତୃତ ସୂଚନା ସମ୍ବଳିତ ଏକ ପୁସ୍ତିକା ପ୍ରଦାନ କରିବ । ସାର୍ବଜନୀନ ସ୍ଥାନରେ ଉପଯୁକ୍ତ ଆଚରଣ, ଟ୍ରାଫିକ୍ ନିୟମ ଅନୁପାଳନ, ଭଡ଼ା ଦେୟ ଦାୟିତ୍ୱ, ଜରୁରୀକାଳୀନ ଯୋଗାଯୋଗ ନମ୍ବର ଏବଂ ଏନଜିଓ ଏବଂ କନସୁଲେଟ୍ ଫୋନ୍ ନମ୍ବର ସମେତ ମାନସିକ ସ୍ୱାସ୍ଥ୍ୟ ସହାୟତା ପାଇଁ ସମ୍ବଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଏହି ପୁସ୍ତିକାରେ ଅନ୍ତର୍ଭୁକ୍ତ କରାଯିବ। ଯଦି ପରବର୍ତ୍ତୀ ସମୟରେ କେହି ଛାତ୍ରଛାତ୍ରୀ ସ୍ୱୀକୃତି ଫର୍ମ ଉଲ୍ଲଂଘନ କରୁଥିବାର ନଜର ଆସିବେ କଠୋର ପରିଣାମ ଭୋଗିବାକୁ ପଡିବ, ଯେଉଁଥିରେ ବିନା କୋହଳରେ ଦେଶାନ୍ତର ମଧ୍ୟ ହେବା ଉଚିତ୍ ବୋଲି ଓକିଲ ମୂରାଲିୟାଲ କହିଛନ୍ତି।