ପ୍ରିୟା ରାଜବଂଶଙ୍କ ବାୟୋପିକ୍‌ କରିବେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ୧୯୭୦ ଏବଂ ୮୦ ଦଶକର ନାୟିକା ପ୍ରିୟା ରାଜବଂଶଙ୍କ ବାୟୋପିକକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ବର୍ତ୍ତମାନ ଖବର ମିଳିଛି ଯେ ଏହା ଫାଇନାଲ୍‌ ହୋଇ ସୁଟିଂ ପାଇଁ ପ୍ରସ୍ତୁତି ଚାଲିଛି। କୁହାଯାଉଛି କି ଏଥିରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍ ପ୍ରିୟା ରାଜବଂଶଙ୍କ ଭୂମିକା ଗ୍ରହଣ କରିବେ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ପ୍ରଦିପ ସରକାର। ଏବେ ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କ ଭୂମିକା ପାଇଁ ଜଣେ ଅଭିନେତା ଖୋଜୁଛନ୍ତି। ଶୁଣିବାକୁ ମିଳିଛି କି ଏହି ଭୂମିକା ପାଇଁ ସେ ବିବେକ ଓବରୋଇଙ୍କ ପାଖକୁ ଯାଇ ଆଲୋଚନା କରିଛନ୍ତି।

ଯଦି ସବୁ ଠିକ୍ ହୁଏ ତେବେ ବିବେକ ଏହି ଭୂମିକାରେ ନଜର ଆସିବେ। ଆସନ୍ତା ମାସରୁ ଫିଲ୍ମର ସୁଟିଂ ହେବାର ଖବର ସାମ୍ନାକୁ ଆସିଛି ।