ଆଇସିସି ୱାର୍ଲଡ କପ ୨୦୨୩ କାର୍ଯ୍ୟସୂଚୀ ଘୋଷଣା

ଆଇସିସି ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

୫ ଅକ୍ଟୋବରରୁ ୧୯ ନଭେମ୍ବର ଯାଏ ମ୍ୟାଚ ଚାଲିବ

ମୁମ୍ବାଇ: ଆଇସିସି ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ଆସନ୍ତା ଆଇସିସି ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ଆସନ୍ତା ୫ ଅକ୍ଟୋବରରୁ ୧୯ ନଭେମ୍ବର ଯାଏ ବିଶ୍ୱକପ ମ୍ୟାଚ ଚାଲିବ। ଆଇସିସି ବିଶ୍ୱକପ ପ୍ରାରମ୍ଭରେ ପ୍ରଥମ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ, ଯାହା ଅହମ୍ମଦାବାଦରେ ଖେଳାଯିବ। ବିଶ୍ୱକପରେ ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଦ୍ୱିତୀୟ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ, ତୃତୀୟ ମ୍ୟାଚ୍ ପାକିସ୍ତାନ, ଚତୁର୍ଥ ମ୍ୟାଚରେ ବାଂଲାଦେଶ, ୫ମ ମ୍ୟାଚରେ ନ୍ୟୁଜିଲାଣ୍ଡ, ୬ଷ୍ଠ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ। ଏବଂ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଦୁଇ ଦଳ ସହ ସପ୍ତମ ଓ ନବମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ମୁ୍ମ୍ବାଇ ଓ କୋଲକାତାରେ ବିଶ୍ୱକପର ସେମିଫାଇନାଲ ମୁକାବିଲା ଖେଳାଯିବା ସହ ଆସନ୍ତା ୧୫ ଅକ୍ଟୋବରରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ଓ ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।